ଆସ୍କା ଲୋକସଭା କ୍ଷେତ୍ରରେ ବିଜେଡିର ସର୍ବାଧିକ ମହିଳା ପ୍ରାର୍ଥୀ, ଜିତାଇବା ପାଇଁ ପାଣ୍ଡିଆନଙ୍କ ନିବେଦନ

Odisha Hot News
1 Min Read

ଭୁବନେଶ୍ବର: ବିଜୁ ଜନତା ଦଳ ଏଥର ଆସ୍କା ଲୋକସଭା କ୍ଷେତ୍ରରେ ସର୍ବାଧିକ ମହିଳା ପ୍ରାର୍ଥୀ ଛିଡା କରିଛି। ଦଳର ଯେଉଁ ନାରା ରହିଛି ମହିଳା ଶସକ୍ତିକରଣ ଏବଂ ମହିଳା ସଂରକ୍ଷଣ, ସେ ନେଇ ଦଳ ମାପିଚୁପି କାର୍ଯ୍ୟ କରିଛି। ଯାହାର ପ୍ରମାଣ ମିଳିଛି ଆସ୍କା ଲୋକସଭା କ୍ଷେତ୍ରରେ ବିଜେଡିର ମହିଳା ପ୍ରାର୍ଥୀ। ଏଥର ବିଜେଡି ଏହି ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିର ମହିଳାଙ୍କୁ ନିର୍ବାଚନ ମଇଦାନରେ ଛିଡା କରିଛି।

ଆସ୍କା ଲୋକସଭାପ ସାତଟି ବିଧାନସଭା ମଧ୍ୟରେ କେବଳ ହିଞ୍ଜିଳିରୁ ନବୀନ ପଟ୍ଟନାୟକ ଏବଂ ଛତ୍ରପୁରରୁ ଶ୍ରୀକାନ୍ତ ସାହୁଙ୍କୁ ଛାଡିଦେଲେ ଅନ୍ୟ ଆସନରେ ମହିଳା ପ୍ରାର୍ଥୀ। କବିସୂର୍ଯ୍ୟ ନିଗରରେ ଲତିକା ପ୍ରଧାନ, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ, ଆସ୍କାରୁ ମଂଜୁଳା ସ୍ବାଇଁ, ସୋରଡାରୁ ସଂଘମିତ୍ରା ସ୍ବାଇଁ, ସାନକ୍ଷେମୁଣ୍ଡିରୁ ଗୀତାଞ୍ଜଳି ସୁଲକ୍ଷଣା ଦେବୀ।

ସେହିପରି ଆସ୍କା ଲୋକସଭା ପାଇଁ ବିଜେଡି ମଧ୍ୟ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ରଂଜିତା ସାହୁ। ଏହି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାରରେ ଯୋଗଦେଇ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Share This Article