ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ଟୁନା ନାୟକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଭୂବନେଶ୍ବର ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଚୋୖଧୁରୀ ଅରବିନ୍ଦ ଦାସ, ପୁରୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ (ଅବସରପ୍ରାପ୍ତ) ରଘୁନାଥ ସେଠି, ଜିଲ୍ଲା କଳା ସଂସ୍କୃତି ସଂଘ ଉପ-ସଭାପତି କବିରାଜ ପ୍ରଧାନ, ପୁର୍ବତନ ଡ୍ରାଇଭର ଦେଵରାଜ ମହାରଣା, କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ ରବି ନାରାୟଣ ପଟ୍ଟନାୟକ, ମନୋଜ କୁମାର ନନ୍ଦି ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ତାଙ୍କୁ ଏକ ମାନପତ୍ର ସହ ପ୍ୟାଣ୍ଟ୍, ସାର୍ଟ, ଶାଲ୍, ଚପଲ ଉତ୍ତରୀୟ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ମାନେ ସେମାନଙ୍କ ଅଭିବ୍ୟକ୍ତି
ପ୍ରଦାନ କରିବା ସହ ତାଙ୍କର ସୁସ୍ଥ, ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ।

ଏହି କାର୍ଯ୍ୟାଳୟରେ ପାଠାଗାର ଖୋଲିବା ଏବଂ ରାତ୍ରିରେ ଅଫିସରେ ରହିବା କାର୍ଯ୍ୟ କରୁଥିବାରୁ ତାଙ୍କର ଅବସରରେ ସୂଚନା କେନ୍ଦ୍ରରେ ପାଠକ/ପାଠିକା ମହଲରେ ଚିନ୍ତା ବ୍ୟକ୍ତ କରୁଥିଲେ।

Share This Article