ସମ୍ବଲପୁର ସାଂସଦ ନୀତେଶ ଗଂଗଦେବଙ୍କୁ ନେଇ ଦ୍ବନ୍ଦ, ଫେସବୁକ ପୋଷ୍ଟିଂ ନେଇ ଉଠିଛି ପ୍ରଶ୍ନ

Odisha Hot News
1 Min Read

ଭୁବନେଶ୍ବର: ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଂଗଦେବଙ୍କୁ ନେଇ ବର୍ତ୍ତମାନ ଦ୍ବନ୍ଦରେ ତାଙ୍କ କର୍ମି ତଥା ଓଡିଶା ରାଜନୀତି। କାରଣ ତାଙ୍କର ଟିକେଟ କଟିବା ପରେ ସେ ବର୍ତ୍ତମାନ କଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏପରି ଦ୍ବନ୍ଦ ଭିତରେ ଗତକାଲି ତାଙ୍କ ଫେସବୁକରେ କରାଯାଇଥିବା ପୋଷ୍ଟକୁ ନେଇ ହଲଚଲ ସୃଷ୍ଟି ହୋଇଛି।

ନୀତେଶଙ୍କ ଫେସବୁକରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କର ଦେହ ଅସୁସ୍ଥତା ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିବେ। ସେଥିପାଇଁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି। କିନ୍ତୁ କେଉଁଠି ଇସ୍ତଫା ଦେଲେ ବୋଲି ଉଲ୍ଲେଖ ନ ଥିଲେ ମଧ୍ୟ ସମସ୍ତେ ଭାବି ନେଲେ ଯେ ବିଜେପିରୁ ଇସ୍ତଫା ଦେଲେ। ସେହିପରି ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆପଣ ଆମର ବାମଣ୍ଡା ରାଜପରିବାର ର ରାଣୀ ଓ ମୋର ଧର୍ମପତ୍ନୀ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀ ଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବେ ବୋଲି ଆଶା ଏବଂ କାମନା କରୁଛି

ଏହି ପୋଷ୍ଟଟି ଭାଇରାଲ ହେବା ପରେ ରାଜାସାହେବଙ୍କୁ ଏ ବାବଦରେ ପଚରାଯାଇଥିଲା। ହେଲେ ସେ ଫେସବୁକ ଆକାଉଣ୍ଟ କଥା କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ଏପରିକି ସେ କେବେବି ଫେସବୁକ ପରିଚାଳନା କରନ୍ତି ନାହିଁ ବୋଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମୁଁ ବିଜେପିରେ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Share This Article