ଆଜି ପୁଣି ଜଳିଲା ଓଡିଶା, ଭୁବନେଶ୍ବର ଓ ବାଲେଶ୍ବର ପାଇଁ ଜାରୀ ହେଲା ରେଡ ଆଲର୍ଟ

Odisha Hot News
1 Min Read

ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ହୁହୁ ହୋଇ ବଢୁଚି ତାତି। ଆଜି ସକାଳୁ ସକାଳୁ ଯେପରି ତାପମାତ୍ରା ଅନୁଭବ ହୋଇଥିଲା ତାହା ଅସହ୍ୟ। ସେହିପରି ଆଜିର ଦିନର ତାପମାତ୍ରା ବେଶ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଆଜି ପାଣିପାଗ ବିଭାଗ ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ ଆଲର୍ଟ ଜାରୀ କରିଛି। ଏହିଦୁଇଟି ସହରରେ ଦିନର ତାପମାତ୍ରା ଶୀର୍ଷକୁ ଛୁଇଁବ ବୋଲି ଅନୁମାନ କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା ହେଲାଟ

ବାଲେଶ୍ୱର ୪୪.୧ ଡ଼ିଗ୍ରୀ

ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ

ଝାରସୁଗୁଡା ୪୨.୫ ଡ଼ିଗ୍ରୀ

କେନ୍ଦୁଝର ୪୧.୪ ଡ଼ିଗ୍ରୀ

ଚାନ୍ଦବାଲି ୪୧.୨ ଡ଼ିଗ୍ରୀ

ରାଉରକେଲା ୪୦.୪ ଡ଼ିଗ୍ରୀ

ହୀରାକୁଦ ୩୯.୯ ଡ଼ିଗ୍ରୀ

ସମ୍ବଲପୁର ୩୯.୮ ଡ଼ିଗ୍ରୀ

ପୁରୀ ୩୪.୪ ଡ଼ିଗ୍ରୀ

ପାରାଦୀପ ୩୩.୬ ଡ଼ିଗ୍ରୀ

ଗୋପାଳପୁର ୩୩.୬ ଡ଼ିଗ୍ରୀ

Share This Article