ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ ଆସିଲା ଖୁସି ଖବର, ଆଠଟି ଜିଲ୍ଲାରେ ହେବ କାଳବୈଶାଖୀ ବର୍ଷା

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ସାରା ଓଡିଶା ତତଲା ହାଣ୍ଡିରେ ଭାଜି ହେବା ପରି ସ୍ଥିତି ଦେଖାଦେଇଛି। ଜନସାଧାରଣ ଡହଳବିକଳ ହେବାରେ ଲାଗିଛନ୍ତି। କାରଣ ଦୀର୍ଘଦିନ ଧରି ରାଜ୍ୟରେ ଯେପରି ତାପମାତ୍ର ପ୍ରବାହିତ ହେଉଛି ସେଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଏପରି ପରିସ୍ଥିତିରେ ପାଣିପାଗ ନେଇ ଆସିଛି ଏକ ଖୁସି ଖବର। ତାହା ହେଲେ ରାଜ୍ୟର ଆଠଟି ଜିଲ୍ଲାରେ ହେବ କାଳବୈଶାଖୀ ବର୍ଷା।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନୂଆପଡା, ଏବଂ ନବରଙ୍ଗପୁର ଜିଲ୍ଲାରେ  କାଳବୈଶାଖୀ ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଫଳରେ କିଛି ଅଂଚଳରେ ପବନ ୫୦ ରୁ ୬୦ କିମି ପ୍ରବାହିତ ହେବା ସହ ବିଜୁଳି ଘଡଘଡି ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଇଛି।

Share This Article