ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ

Odisha Hot News
1 Min Read

ଭୁବନେଶ୍ବର: ଖୋର୍ଦ୍ଧାରେ ବିଜେପି କାହାକୁ ଟିକେଟ ଦେବ ସେ ନେଇ ଚାଲିଥିଲା ଆଶା ଓ ଆଶଙ୍କା। ତେବେ ଏହା ଭିତରେ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଟିକେଟ ଦେଇସାରିଛି। ତେବେ ଏହାକୁ ନେଇ ପୁଣି ତୁମ୍ବି ତୋଫାନ କରିଛନ୍ତି ସେଠାକାର ଆଶାୟୀ ତଥା ଗତଥର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ସିଧା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧରେ ବିଷଉଦଗାର କରିଛନ୍ତି।

ଗତକାଲି କାଳୁ ତାଙ୍କ ସମର୍ଥକଙ୍କୁ ନେଇ ମଳିପଡାରେ ଏକ ସଭା କରିଥିଲେ। ସେଥିରେ ସେ ସିଧା ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ, ଅପରାଜିତା ମୋତେ ଟିକେଟ ଦେବା ପାଇଁ ମୋଠାରୁ ଲାଞ୍ଚ ମାଗୁଥିଲେ। ଦୁଇ କୋଟି ଦେଲେ ଟିକେଟ ଦେବି ବୋଲି ମୋତେ ରୋକଠୋକ କହିଥିଲେ। ମୁଁ ସେତିକି ଦେଇପାରିଲି ନାହିଁ ବୋଲି ମୋର ଟିକେଟ କଟିଲା ବୋଲି କାଳୁ କହିଛନ୍ତି।

ଏଥର ଖୋର୍ଦ୍ଧାରେ ସ୍ବାଭିମାନ ପାଇଁ ଲଢେଇ ହେବ। ଅପରାଜିତାଙ୍କୁ ତୀବ୍ର ବିରୋଧ କରାଯିବ। ସେ ଏଥର ବିହାର ଯିବା ନିଶ୍ଚିତ ବୋଲି କାଳୁ ଖଣ୍ଡାୟତରାୟ ତାଙ୍କ କର୍ମିମାନଙ୍କୁ କହିଛନ୍ତି। ଖୁବ ଶିଘ୍ର କର୍ମିମାନଙ୍କ ସହିତ ଆଲୋଚନା କରି ପରବର୍ତ୍ତି ପଦକ୍ଷେପ ଉପରେ ନିଷ୍ପତି ନିଆଯିବ ବୋଲି କାଳୁ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଭୁବନେଶ୍ବର ରାଜନୀତି ସରଗରମ ହେବାରେ ଲାଗିଛି।

 

Share This Article