କଟକ ଭୁବନେଶ୍ବରକୁ ଜାରୀ ହେଲା ରେଡ୍ ଆଲର୍ଟ, ଘରୁ ନ ବାହାରିବା ପାଇଁ ନିବେଦନ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ପରି ଆଜି ମଧ୍ୟ କଟକ ଭୁବନେଶ୍ବରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ। ସେଥିପାଇଁ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ଏହି ଦୁଇ ସହର ପାଇଁ ରେଡ୍ ଆଲର୍ଟ ଜାରୀ କରିଛି। ଏଥିରେ କୁହାଯାଇଛି ଯେ, ଉଭୟ ସହରରେ ଆଜି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଥିପାଇଁ ଘରୁ କେହି ନ ବାହାରିବା ପାଇଁ ଅନୁରୋଧ କରାଯାଇଛି।

ଗତକାଲି କଟକ ଭୁବନେଶ୍ବରେ ସର୍ବାଧିକ ତାମମାତ୍ରା ଅନୁଭୂତ ହୋଇଥିଲା। ପ୍ରଥମ ଥର ପାଇଁ ଏହି ଟୁଇନ ସିଟିରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ପାଣିପାଗ ବିଭାଗ ଅନୁସାରେ ଗତକାଲି ୪୪.୭ ଡ଼ିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଥିଲା। ସେହିପରି  ଭୁବନେଶ୍ୱର ରେ ୪୪.୬ ଡ଼ିଗ୍ରୀ କଟକରେ କଟକ ରେ ୪୩.୪ ଡ଼ିଗ୍ରୀ ଏବଂ ବାରିପଦା ରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ଥିଲା।

Share This Article