ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରେଳ ଯାତ୍ରୀମାନଙ୍କୁ ଥଣ୍ଡା ପାନୀୟ ବାଣ୍ଟିଲେ ବାଲୁଗାଁ ଆରପିଏଫ

Odisha Hot News
1 Min Read

ବାଲୁଗାଁ( ସୀତାରାମ ଅଗ୍ରୱାଲ): ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସରକାର ତଥା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଆଜି ଯାତ୍ରୀ ମାନଙ୍କ ନିମନ୍ତେ ରେଳ ସୁରକ୍ଷା ବଳ(ଆରପିଅଫ) ପକ୍ଷରୁ ଜଳଛତ୍ର ଉଦଘାଟନ ହୋଇଛି।

ଏହାକୁ ଆରପିଅଫ ଆଇଆଇସି ଜିତେନ୍ଦ୍ର ମୌର୍ୟ ଉଦଘାଟିତ କରିଥିଲେ। ଏହି ଅବସରରେ ଆଜି ପ୍ରଥମ ଦିନରରେ ବିଭିନ୍ନ ଟ୍ରେନର ପାଖାପାଖି 1500 ଯାତ୍ରୀଙ୍କୁ ଆରପିଅଫ ପକ୍ଷରୁ ଥଣ୍ଡା ପାଣି, ଘୋଳ ଦହି ଏବଂ ସର୍ବତ ବିତରଣ କରାଯାଇଛି। ଉକ୍ତ କାର୍ଯ୍ୟରେ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ମାନେ ମଧ୍ୟ ସାହାଯ୍ୟ କରିଛନ୍ତି। ତେବେ ଏହାଦ୍ୱାରା ଯାତ୍ରୀମାନେ ଗ୍ରୀଷ୍ମ ଦାଉରୁ ସାମୟିକ ଆଶ୍ବସ୍ତି ପାଉଛନ୍ତି। ବାଲୁଗାଁ ଆରପିଅଫର ଉକ୍ତ ସେବା କାର୍ଯ୍ୟକୁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି।

Share This Article