ଚିଲିକାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଭବନରେ ଧାରଣା ଦେଲେ ମିନାକ୍ଷୀଙ୍କ ସମର୍ଥକ

Odisha Hot News
1 Min Read

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସ୍ବାଇଁଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବୀ ହୋଇଛି। ଚିଲିକାର ଅନ୍ୟତମ କଂଗ୍ରେସ ନେତ୍ରୀ ମିନାକ୍ଷୀଙ୍କ ସମର୍ଥକମାନେ ଆସି କଂଗ୍ରେସ ଭବନରେ ଧାରଣା ଦେଇଛନ୍ତି। ସେମାନେ ଦାବୀ କରିଛନ୍ତି ଯେ, ପ୍ରଦୀପ ବହୁ ବର୍ଷ ଧରି ସଂଗଠନ ସହ ନାହିଁ। ଏପରି ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ କାହିଁକି ଟିକେଟ ଦେଲା ବୋଲି ପ୍ରଶ୍ନ କରିଛନ୍ତି।

ସେମାନେ କହିଛନ୍ତି ଯେ, ଗତ ନିର୍ବାଚନରେ କଂଗ୍ରେସ ପ୍ରଦୀପଙ୍କୁ ଟିକେଟ ଦେଇଥିଲା। ହେଲେ ସେତେବେଳେ ସେ ପୋଷ୍ଟରଟିଏ ମଧ୍ୟ ମାରି ନ ଥିଲେ। ଏପରିକି ବୁଥରେ ଏଜେଣ୍ଟ ମଧ୍ୟ ଦେଇ ନ ଥିଲେ। ଏପରି ଜଣେ ବ୍ୟକ୍ତିଙ୍କୁ ଦଳ ଶିଘ୍ର ପରିବର୍ତ୍ତନ କରୁ ବୋଲି ମିନାକ୍ଷୀ ପ୍ରଧାନଙ୍କ ସମର୍ଥକ କହିଛନ୍ତି। ଯଦି ତାହା ନ ହୁଏ ତେବେ ଆମେ ବିରଳ୍ପ ରାସ୍ତା ଦେଖୁ ବୋଲି ସେମାନେ ଧମକ ଦେଇଛନ୍ତି।

Share This Article