ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି, ଜାଣନ୍ତୁ କଣ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଅଭିଯୋଗ କରିଛିନ୍ତି। ତାହା ହେଲା ଯେ, ସମ୍ବଲପୁର ବିଧାନସଭାର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ। ବିଜେଡି କହିଛି ଯେ, ଜୟନାରାୟଣ ତାଙ୍କ ନିର୍ବାଚନ ସଭାରେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି।

ଗତକାଲି ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଜୟନାରାୟଣ ଏକ ବୈଠକ ଡାକିଥିଲେ। ସେଥିରେ ଲୋକ ନ ହେବାରୁ କେତେକ ପିଲାଙ୍କୁ ଡାକି ଚଉକି ଭର୍ତ୍ତି କରିଥିଲେ। ବର୍ତ୍ତମାନ ପ୍ରବଳ ତାତି ପ୍ରବାହିତ ହେଉଥିବା ବେଳେ ପିଲାମାନଙ୍କୁ ଜୟନାରାୟଣ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିବା ଆଚରଣ ବିଧି ଉଲ୍ଲଘଂନ ବୋଲି ଦଳ କହିଛି। ଏ ନେଇ ଦଳ ଏକ ଫଟୋ ମଧ୍ୟ ଅଭିଯୋଗ ପତ୍ର ସହିତ ଦାଖଲ କରିଛି।

ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି।

Share This Article