ଟିକେଟ କଟିବା ପରେ ଭାଙ୍ଗି ପଡିଲେ ସମୀର ଦାସ, ଶନିବାର ଦିନ ନବୀନ ନିବାସ ଆଗରେ କରିବେ ଶକ୍ତି ପ୍ରଦର୍ଶନ

Odisha Hot News
1 Min Read

ଭୁବନେଶ୍ବର: ନିମାପଡା ବିଧାନସଭା ଆସନରୁ ବିଜେଡି ଟିକେଟ କଟିବା ପରେ ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାସ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଗତକାଲି ବିଜେଡି ଘୋଷଣା କରିଥିବା ତାଲିକାରେ ନିମାପଡାରେ ସମୀରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସେ ନିଜେ ତଥା ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଠ ହୋଇପଡିଛନ୍ତି।

ଆଜି ନିମାପଡାରେ ସମୀରଙ୍କ ସମର୍ଥକମାନେ ଏକ ସଭା କରି ତାଙ୍କର ଅସନ୍ତୋଷ ଝାଡିଛନ୍ତି। ସେମାନେ ସମସ୍ତେ ସମୀରଙ୍କ ପଛରେ ରହିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସମୀର ଦାସ ଯୋଗ ଦେଇ ବିଜେଡି ସଭାପତି ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିବେ ବୋଲି ନିବେଦନ କରିଛନ୍ତି।

ତେବେ ତାଙ୍କର ଶହଶହ ସମର୍ଥକ ଆସନ୍ତା ଶନିବାର ଦିନ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବୀ କରିବେ ବୋଲି ଜଣାପଡିଛି।

Share This Article