ଓଡିଶା ବିଧାନସଭା ନିର୍ବାଚନ: ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଦିଲ୍ଲୀପ ରାୟଙ୍କୁ ମିଳିଲା ଟିକେଟ

Odisha Hot News
1 Min Read

ଭୁବନେଶ୍ଵର: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଓଡିଶା ବିଜେପି ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦିଲ୍ଲୀପ ରାୟଙ୍କୁ ରାଉରକେଲାରୁ ବିଜେପି ପ୍ରାର୍ଥୀ କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ଆଜି ଘୋଷଣା ହୋଇଥିବା ୨୧ ଜଣିଆ ପ୍ରାର୍ଥୀ ତାଲିକା:

  1. ଡାବୁଗାଁ- ସୋମନାଥ ପୂଜାରୀ,
  2. ରାଜନଗର- ଲଳିତ ବେହେରା
  3. ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି
  4. ଜଗତସିଂହପୁର- ଅମରେନ୍ଦ୍ର ଦାଶ
  5. କାକଟପୁର- ବାଇଧର ମଲ୍ଲିକ
  6. ରଣପୁର- ସୁରମା ପାଢ଼ୀ
  7. ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
  8. କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
  9. ଝରିଗାଁ- ନରସିଂହ ଭତ୍ରା
  10. ରାଉରକେଲାରୁ – ଦିଲ୍ଲୀପ ରାୟ
  11. ପାଟଣା- ଅଖିଲ ଚନ୍ଦ୍ର ନାୟକ
  12. ସାରସକଣା- ଭାଦବ ହାଁସଦା
  13. ରାଇରଙ୍ଗପୁର- ଜୋଲେନ ବରଦା
  14. ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
  15. ରାୟଗଡ଼ା- ବସନ୍ତ ଉଲାକା
  16. ଲକ୍ଷ୍ମୀପୁର- କୈଳାସ କୁଲେସିକା
  17. କୋଟପାଡ- ରୁପୁ ଭତ୍ରା
  18. ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
  19. ଚିତ୍ରକୋଣ୍ଡାରୁ- ଡମ୍ବରୁ ଶିଶା
  20. ମୋହନା- ପ୍ରଶାନ୍ତ ମଲ୍ଲିକ
  21. ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
Share This Article