ଏଥର ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ, ସଂଖ୍ୟାଲଘୁ ଭୋଟ ଉପରେ ଭରସା

Odisha Hot News
1 Min Read

ଭୁବନେଶ୍ବର: ଚଳିତ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶିର୍ ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟିକୁ ସିପିଆଇଏମକୁ ଛାଡି ଦେଇଥିଲା। ଫଳରେ ଗତଥର ସିପିଆଇଏମରୁ ଜନର୍ଦ୍ଦନ ପତି ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ହାରିଥିଲେ।

ହେଲେ ଏଥର ଦଳ ସେହି ଭୁଲ କରିନାହିଁ। କାରଣ ଭୁବନେଶ୍ବର ଲୋକସଭାରେ ଥିବା କଂଗ୍ରେସ ଭୋଟର ସିପିଆଇଏମ ପ୍ରାର୍ଥୀଙ୍କୁ ପସନ୍ଦ କରି ନ ଥିଲେ। ଯାହାଫଳରେ ସେହି ଭୋଟ ଭାଗଭାଗ ହୋଇ ଅନ୍ୟ ଦଳକୁ ଚାଲିଯାଇଥିଲା।

ଯାହାକୁ ଦଳ ଏଥର ଅନୁଭବ କରି ଜଣଙ୍କୁ ପ୍ରାର୍ଥୀ କରିଛି। ୟାଶିର ହେଉଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ଏବଂ ଯୁବ ଚେହେରା। ଫଳରେ ସେ ଏହି ଆସନରୁ ସଂଖ୍ୟାଲଘୁ ଭୋଟ ଭଲ ପାଇବେ ବୋଲି ଦଳ ଆଶା କରି ପ୍ରାର୍ଥୀ କରିଛି।

Share This Article