ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ପ୍ରଭାସ ସିଂହ

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ବରଗଡ ସାଂସଦ ପ୍ରଭାସ ସିଂହ। ସେ ନୂଆଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। କିଛିଦିନ ତଳେ ସେ ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ସେ 2014ରେ ବରଗଡରୁ ବିଜେଡି ସାଂସଦ ଥିଲେ।

ପ୍ରଭାସ ବରଗଡ ଜିଲ୍ଲା ବିଜେଡି ସଭାପତି ମଧ୍ୟ ଥିଲେ। ସେ ଏଥର ଟିକେଟ ପାଇବା ପାଇଁ ଆଶା ରଖିଥିଲେ। ହେଲେ ବିଜେଡି କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଥିଲା। ଯାହାକୁ ନେଇ ପ୍ରଭାସ ଅସନ୍ତୁଷ୍ଠ ହୋଇଥିଲେ।

ସେ ବିଜେପିରେ ମିଶିବା ପରେ କହିଛନ୍ତି ଯେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଓଡିଶାରେ ନିଜକୁ ସାମିଲ କରିବା ପାଇଁ ବିଜେପିରେ ସାମିଲ ହେଲି। ତେବେ ବିଜେପି ବରଗଡ ପାଇଁ ସାଂସଦ ପ୍ରାର୍ଥୀ ପୂର୍ବରୁ ଘୋଷଣା କରିସାରିଥିବାରୁ ପ୍ରଭାସଙ୍କୁ ଦଳ କଣ କରିବ ସେ ନେଇ ଚର୍ଚ୍ଚା ଚାଲିଛି।

Share This Article