ଚିଲିକାର ନଳବଣରେ ଅଗ୍ନିକାଣ୍ଡ: ବିପଦରେ ଜଳଜୀବ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): କାଳୁପଡା ଘାଟ ଜେଟି ନିକଟରେ ନଳ ବଣରେ ଅଗ୍ନିକାଣ୍ଡ ଘଟିଥିବା ଏକ ବଡ ସୂଚନା ମିଳିଛି। ନଳ ବଣରେ ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ଜଳଜୀବଙ୍କ ଜୀବନ ପଡିଛି। ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ କାଳୁପଡାଘାଟ ଜେଟିରେ ବାଲୁଗାଁ ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ପହଞ୍ଚିଛନ୍ତି। ଏବଂ ସେଠାରୁ ଡ଼ଙ୍ଗାରେ ଚିଲିକା ଭିତରକୁ ଯାଇ ଡ଼ିଏଫଓ ଅମ୍ଲାନ ଅନୁଧ୍ୟାନ କରୁଛନ୍ତି।

ବର୍ତ୍ତମାନ ସିଡିଏ ପକ୍ଷରୁ ମୋଟର ପମ୍ପ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଡିଏଫଓ କହିଛନ୍ତି। ନଳବଣରେ ନିଆଁ ଲାଗିବ ଦ୍ୱାରା ବିରଳ ଫିସିଂ କ୍ୟାଟ ସହ ବହୁ ଜଳଜୀବ ବିପଦରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମ୍ଲାନ ନାୟକ କହିଛନ୍ତି।

Share This Article