ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ପ୍ରଶାସନ ନେଲା ଏକ ନୂଆ ପଦକ୍ଷେପ

Odisha Hot News
1 Min Read

ପୁରୀ: ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବାରୁ ବିବାଦ ସୃଷ୍ଟି ହେଉଛି। ଏହିପରି ଅଘଟଣକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ଏଣିକି ସିଂହଦ୍ବାରରେ ଜଗି ରହିବେ ପ୍ରତିହାରୀ ସେବକ। ସେମାନେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ମନ୍ଦିର ଭିତରକୁ ପ୍ରବେଶ ବାରଣ କରିବେ। ଏଥିପାଇଁ ଦୁଇ ଜଣ ପ୍ରତିହାରି ସେବକଙ୍କୁ ପାଳି କରି ନିୟୋଜିତ କରିବାକୁ ପ୍ରଶାସନ ନିଷ୍ପତି ଗ୍ରହଣ କରିଛି।

ମୁଖ୍ୟତଃ ମନ୍ଦିର ଦ୍ବାରରେ ମୁତୟନ ହୋଇଥିବା ପୋଲିସ କିଏ ହିନ୍ଦୁ କିଏ ଅଣହିନ୍ଦୁ ତାହା ଚିହ୍ନିବା କଷ୍ଟକର। ଅନ୍ୟପକ୍ଷରେ ସେମାନେ ସୁରକ୍ଷା ଦାୟିତ୍ବରେ ରହୁଥିବାରୁ ଏଥିପ୍ରତି ତାଙ୍କର ନଜର ରହିପାରୁ ନାହିଁ। ସେଥିପାଇଁ ମନ୍ଦିର ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ଆସନ୍ତା ପଣା ସଂକ୍ରାନ୍ତିରୁ ଆରମ୍ଭ କରାଯିବ ବୋଲି ନିଷ୍ପତି ହୋଇଛି।

Share This Article