ପାଣିପାଗ ନେଇ ଆସିଲା ବଡ ସୂଚନା, ଶୁକ୍ରବାରଠାରୁ ବଢିବ ତାତି

Odisha Hot News
1 Min Read

ଭୁବନେଶ୍ବର: କିଛି ଦିନ ଧରି ରାଜ୍ୟରେ ତାତି ହ୍ରାସ ପାଇଥିବା ବେଳେ ପୁଣି ଥରେ ତାହା ଲେଉଟିବ ବୋଲି ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ତାତି ବୃଦ୍ଧି ପାଇବ। ଦିନର ତାପମାତ୍ରା ପ୍ରାୟ 5 ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ତାତି ପ୍ରାୟ 4 ଦିନ ଧରି ଲାଗିରହିବ।

ରାଜ୍ୟରେ କାଳ ବୈଶାଖୀ ଯୋଗୁଁ କିଛି ଦିନ ଧରି ତାପମାତ୍ର ହ୍ରାସ ପାଇଛି। ଦିନରେ କୋହଲା ପବନ ସହିତ ଝିପିଝିପି ବର୍ଷା ପୁରା ପରିବେଶକୁ ଶୀତଳ କରିଦେଇଛି। ଯାହାଫଳରେ ଲୋକଙ୍କୁ ପ୍ରବଳ ତାତିରୁ ନିସ୍ତାର ମିଳିଥିଲା। ଏପ୍ରିଲ ମାସରେ ସବୁଠାରୁ ଥଣ୍ଡା ଅନୁଭୂତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ତାତି ବୃଦ୍ଧି ପାଇବ ବୋଲି ଜଣାପଡିବା ପରେ ସତର୍କ ରହିବା ପାଇଁ କୁହାଯାଇଛି।

Share This Article