ଭୁବନେଶ୍ବରରେ ଝଡପବନ, ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟର ପାଗ ପୁରା ପରିବର୍ତ୍ତନ ହୋଇଯାଇଛି। ସକାଳୁ ସକାଳୁ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ପାଗ ମଧ୍ୟ ମେଘୁଆ ରହିଛି। ସକାଳୁ ସକାଳୁ ଅନ୍ଧକାର ହେବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏପରିକି ଅନେକସ୍ଥାନରେ ଝଡ ପବନ ମଧ୍ୟ ପରିଲକ୍ଷିତ ହୋଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଅନୁସାରେ ଆଜି ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାରେ ଝଡପବନ ସହିତ ବଜ୍ରପାତ ହେବାର ମଧ୍ୟ ସୂଚନା ରହିଛି। ସେହି ଜିଲ୍ଲା ତିନିଟି ହେଲା ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ। ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକ ସତର୍କ ରହିବା ପାଇଁ କୁହାଯାଇଛି। ଏହିପରି ପାଗ ଆଜି ଦିନତମାମ ଲାଗିରହିବ ବୋଲି ଜଣାପଡିଛି।

Share This Article