ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

Odisha Hot News
1 Min Read

ଭୁବନେଶ୍ବର: ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି। ଏ ନେଇ ଆଜି ବିଜେଡିର ଏକ ପ୍ରତିନିଧି ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅବିଯୋଗ କରିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳ ଦାବୀ କରିଛି। ଏ ନେଇ ବିଜେଡି ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି।

ଘଟଣାରୁ ପ୍ରକାଶ ଯେ, ପ୍ରଦୀପ ପାଣିଗ୍ରାହୀ ରାଜ୍ୟର ବହୁ ଏସପି, ବିଡିଓ, ତହସିଲଦାରଙ୍କୁ ଫୋନ କରି ଧମକାଉଛନ୍ତି। ସେ କହୁଛନ୍ତି ଯେ ରାଜ୍ୟରେ ବିଜେପି ଯେପରି ଜିତିବ ସେ ନେଇ ସାହାଯ୍ୟ କରନ୍ତୁ। ଯଦି ସାହାଯ୍ୟ ନ କରିବ ତେବେ ନିର୍ବାଚନ କମିଶନରଙ୍କୁ କହି ତମର ବଦଳି କରିଦିଆଯିବ। ପୂର୍ବରୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରାଯାଇଛି। ସେମିତି ତୁମର ମଧ୍ୟ ବଦଳି ହେବ ବୋଲି ପ୍ରଦୀପ ଧମକ ଦେଇଛନ୍ତି। ଏହି ଅଭିଯୋଗ କରି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି।

Share This Article