ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟ ପରାଗ, କିଛି ସମୟ ପାଇଁ ଦିନରେ ଘୋଟିଯିବ ଅନ୍ଧକାର

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ଦେଖାଯିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଚଳିତ ବର୍ଷ ଆମେରିକାରେ ଏହି ସୂର୍ଯ୍ୟପରାଗ ସଂପୂର୍ଣ୍ଣ ରୂପେ ଦେଖାଦେବ। ଯାହା ଫଳରେ କିଛି ସମୟ ପାଇଁ ଆମେରିକା ଅନ୍ଧାର ହୋଇଯିବ। ଆମେରିକାର ଟେକ୍ସାସରେ ପୂର୍ଣ୍ଣ ସୂର୍ଯ୍ୟ ପରାଗର ଛାୟା ଅପରାହ୍ନ ୧:୨୭ ରେ ଆରମ୍ଭ ହେବ ଏବଂ ଅପରାହ୍ନ ୩:୩୫ ରେ ଶେଷ ହେବ। ପ୍ରାୟ ୭ ମିନିଟର ସମୟ ଆସିବ ଯେତେବେଳେ ସମଗ୍ର ସହର ଅନ୍ଧକାର ହୋଇଯିବ।

ଯଦିଓ ଆସନ୍ତାକାଲି ହେବାକୁ ଥିବା ଏହି ସୂର୍ଯ୍ୟପରାଗ ଅନେକ ଦେଶରେ ଦୃଶ୍ୟମାନ ହେବ, କିନ୍ତୁ ଏହା ଆମେରିକାରେ ଅଧିକ ସ୍ପଷ୍ଟ ଦେଖାଯିବ। ବିଶେଷ କରି ଆମେରିକାର ଉତ୍ତର ଭାଗରେ ଏହି ସମୁଦାୟ ସୂର୍ଯ୍ୟ ପରାଗ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ।

ଏହା ବ୍ୟତୀତ ପଶ୍ଚିମ ୟୁରୋପ ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ୍, ଆର୍କଟିକ୍ ମେକ୍ସିକୋ, କାନାଡା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକାର ଉତ୍ତର ଭାଗ, ଇଂଲଣ୍ଡ ଏବଂ ଆୟର୍ଲାଣ୍ଡର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।

ତେବେ ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଏପ୍ରିଲ ୮ ରେ ରାତି ୯:୧୨ ରୁ ଆରମ୍ଭ ହୋଇ ମଧ୍ୟରାତ୍ରି ୦୧:୨୫ ରେ ଶେଷ ହେବ।

Share This Article