କଟକଣା ମୁକ୍ତ ହେବ ନାହିଁ ଭୁବନେଶ୍ବର- କଟକ : ମୁଖ୍ୟ ଶାସନ ସଚିବ

Odisha Hot News
1 Min Read

ଭୁବନେଶ୍ବର : କରୋନା ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍‌ଡାଉନ୍ ନିୟମ କୋହଳ କରାଯାଇଛି। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଲକ୍‌ଡାଉନ ନିୟମ କଟକଣା କୋହଳ ହେବା ନାହିଁ ବୋଲି ବିଏମ୍‌ସି ଟ୍ବିଟ୍ କରିବା ପରେ ଏହାକୁ ରି-ଟ୍ବିଟ୍ କରି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଟ୍ୟାଗ କରି ଏହି ଟ୍ବିଟ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଭୁବନେଶ୍ବରରେ ଲକ୍‌ଡାଉନ୍ ନିୟମ କୋହଳ ହେବ ନାହିଁ। ଯେପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ଆସି ନାହିଁ। ସେପର୍ଯ୍ୟନ୍ତ ଟ୍ବିନସିଟିରେ ଲକ୍‌ଡାଉନ କୋହଳ ହେବ ନାହିଁ । ସେଥିପାଇଁ ରାଜଧାନୀବାସୀଙ୍କ ସହଯୋଗର ଆବଶ୍ୟକତା ରହିଛି। ତେଣୁ ସହଯୋଗ କରିବାକୁ ବିଏମ୍‌ସି ସମସ୍ତଙ୍କୁ ଅନୁରୋଧ କରିଛି।

ତେବେ ଗୋଟିଏ କଥା ସ୍ପଷ୍ଟ କରିଦିଆଯାଇଛି ହଟସ୍ପଷ୍ଟ ଅଞ୍ଚଳରେ କୌଣସି କୋହଳ କରାଯିବ ନାହିଁ। ବିଶେଷ କରି କଣ୍ଟେନମେଣ୍ଟ ଜୋନରେ କେବଳ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଏହା ଅନୁଯାୟୀ ଭୁବନେଶ୍ବର ଓ କଟକରେ କଟକଣା ହଟାଯିବ ନାହିଁ। ମୁଖ୍ୟ ଶାସନଚ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରାଯାଇ କୁହାଯାଇଛି ଯେ କେବଳ କୃଷି କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ତେବେ ଟ୍ବିନ ସିଟି ପାଇଁ କଟକଣା ବଳବତ୍ତର ରହିବ।

Share This Article
Leave a Comment