କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ବାଳ

Odisha Hot News
1 Min Read

ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛନ୍ତି ଭେଟରାନ ନେତା ଚିରଞ୍ଜୀବ ବିଶ୍ବାଳ। ସେ ଆଜି ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ସେ କେଉଁ କାରଣ ପାଇଁ ଇସ୍ତଫା ଦେଲେ ସେ ନେଇ କୌଣସି ଉଲ୍ଲେଖ କରି ନାହାଁନ୍ତି। ତେବେ କଂଗ୍ରେସ ଭିତରେ କିଛି ଠିକଠାକ ଚାଲି ନାହିଁ ବୋଲି ସେ ଆଗରୁ ପ୍ରକାଶ କରୁଥିଲେ। ସେଥିପାଇଁ ସେ ଇସ୍ତଫା ଦେଇଥିବାର ଜଣାପଡିଛି।

ଚିରଞ୍ଜୀବ ଜଗତସିଂହପୁରର ପୂର୍ବତନ ବିଧାୟକ। ସେ 2014 ରୁ 2019 ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଥିଲେ।  ତେବେ ସେ ଦଳର ଜଣେ ପୁରୁଖା ନେତା ହିସାବରେ ସେ ବେଶ ପରିଚିତ। ତେବେ ସେ କେଉଁ ଦଳରେ ଯୋଗଦେବେ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି।

Share This Article