ସ୍ବାମୀରର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ

Odisha Hot News
1 Min Read

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ପାଣିମୋରା ଗ୍ରାମରେ ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ୍ୟୁବରଣ କରିଥିବା ଖବର ପୋଲିସ୍ ସୂତ୍ରରୁ ଜଣାପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା ପାଣିମୋରା ଗ୍ରାମର ଲଳିତ ମାଟିଆରୀକୁ ତାଙ୍କ ସ୍ବାମୀ ବିଜୟ ମାଟିଆରୀ ଏକ ଠେଙ୍ଗାରେ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମହିଳା ଜଣଙ୍କର ମୃତ୍ୟୁବରଣ କରିଥିବା ପୋଲିସ୍ ପ୍ରକାଶ କରିଛି। ଏ ସଂପର୍କରେ ମୃତ ମହିଳାଙ୍କର ବାପାଙ୍କୁ ବଡ ଝିଅ ଫୋନ୍ କରି ଜଣାଇ ଥିଲେ। ମହିଳାଙ୍କ ବାପା ଚାରମାଳ ଥାନା ଡଙ୍ଗାପଥର ଗ୍ରାମର ପବିତ୍ର ଘିବେଲା କିସିଣ୍ଡା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି।

କିସିଣ୍ଡା ଥାନା କେସ୍ ନଂ ୨୨/୨୪ ୟୁ / ଏସ୍ _ ୩୦୨ ଆଇପିସି ୨୭/ ୦୩/ ୨୪ ରେ ମାମଲା ରୁଜୁ ହୋଇଥିବା ପୋଲିସ୍ କହିଛି। ଅଭିଯୁକ୍ତ ସ୍ବାମୀକୁ ପୋଲିସ୍ ଅଟକ ରଖିଛି। କଣ ପାଇଁ ସେ ଠେଙ୍ଗାରେ ପିଟି ହତ୍ୟା କରିଛି ତାହା ଜଣା ପଡିନାହିଁ। ନାକଟିଦେଉଳ ତହସିଲଦାର୍ ଅମର ଡୁଙ୍ଗ ଡୁଙ୍ଗ ମାଜିଷ୍ଟ୍ରଟ୍ ଦାୟିତ୍ବରେ ଘଟଣା ସ୍ଥଳକୁ ପହଂଚି ତହସିଲଦାର୍ ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

Share This Article