ମେଣ୍ଟ ହେଲେ ମଧ୍ୟ ପୁରୀ ଆସନ ହାତଛଡା କରିବ ନାହିଁ ବିଜେଡି, ପ୍ରାର୍ଥୀ ହେବେ ଅରୂପ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ମେଣ୍ଟ ହେଲେ କୌଣସି ହାଲତରେ ପୁରୀ ଲୋକସଭା ଆସନ ବିଜେପି ହାତକୁ ଟେକି ଦେବ ନାହିଁ ବିଜେଡି। ସୋମବାର ଦିନ ନବୀନ ନିବାସରେ ବସିଥିବା ଦଳିୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ପୁରୀ ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଆସନ ହୋଇଥିବାରୁ ଏହାକୁ ବିଜେଡି କେବେ ହାତ ଛଡା କରିବ ନାହିଁ। ଏ ନେଇ ବିଜେପି ଶୀର୍ଷ ନେତୃତ୍ବଙ୍କୁ ଦଳ ଅବଗତ କରିଛି ବୋଲି ଜଣାପଡିଛି।

ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟ ସରକାର ପୁରୀର ବେଶ କିଛି ଉନ୍ନତି କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ଯାତ୍ରୀ ସୁବିଧା କେନ୍ଦ୍ର, ଶ୍ରୀସେତୁ ପରି ବଡବଡ ପ୍ରକଳ୍ପ ପୁରୀ ପାଇଁ ରାଜ୍ୟ ସରକାର କରିଛନ୍ତି। ପରିକ୍ରମା ପ୍ରକଳ୍ପ ସାରା ବିଶ୍ବବାସୀଙ୍କୁ ଆକର୍ଷିତ କରିଛି। 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶୀତକାକରରେ ଭୋରରୁ ପ୍ରକଳ୍ପ କାର୍ଯ୍ୟ ତଦାରଖ କରି ତାହାର ପୂର୍ଣ୍ଣ ରୂପରେଖ ଦେଇଛନ୍ତି। ଏତେ ସବୁ ପରିଶ୍ରମ କରିବା ପରେ ସେହି ଆସନ ବିଜେପି ହାତକୁ ଟେକି ଦେବାକୁ କାହାର ଇଚ୍ଛା ହେଉ ନାହିଁ।

ଏପରି ପରିସ୍ଥିତିରେ ବିଜେଡି ସେହି ଆସନ ପାଇଁ ପ୍ରାର୍ଥୀ ମନୋନିତ ମଧ୍ୟ କରିସାରିଥିବାର ଜଣାପଡିଛି। ବର୍ତ୍ତମାନ ସାଂସଦ ଥିବା ପିନାକୀ ମିଶ୍ର ଏଥର ଆଉ ନିର୍ବାଚନରେ ଲଢେଇ କରିବେ ନାହିଁ। ସେଥିପାଇଁ ସେ ଦଳିୟ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ମଣ୍ଡଳିରୁ ବହୁ ବର୍ଷରୁ ନିଜକୁ ଦୂରେଇ ରଖିଛନ୍ତି। ଫଳରେ ଏଥର ବିଜେଡି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତି କରିଛି। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Share This Article