ଖୋର୍ଦ୍ଧା,ବାଘମାରି ଥାନା ଓ ଭୂଷଣ୍ଡପୁର ଫାଣ୍ଡିର ନୂତନ କୋଠାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ବାଘମାରି ଥାନା ସହ ଭୂଷଣ୍ଡପୁର ଫାଣ୍ଡିର ନୂତନ କୋଠାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଥିପାଇଁ ଉଭୟ ଥାନା ମାନଙ୍କରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଖୋର୍ଦ୍ଧାର ନୂତନ ଥାନା କୋଠା ଉଦ୍ଘାଟନୀ ଉତ୍ସବରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଆଇଜି ଆଶିଷ ସିଂ, ଏସପି ବି. ଯୁଗଳ କିଶୋର ଯୋଗ ଦେଇଥିବା ବେଳେ ବାଘମାରି ଥାନା ଉଦଘାଟନୀ ଉତ୍ସବରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଯୋଗଦେଇ ଥିଲେ ।

Share This Article