ବଢୁଛି ମେଣ୍ଟ ଆଶା, ବିଜେପିର ଦ୍ବିତୀୟ ପ୍ରାର୍ଥୀ ତାଲିକା ଆଲୋଚନାରେ ଓଡିଶା ନାହିଁ

Odisha Hot News
1 Min Read

ନୂଆଦିଲ୍ଲୀ: ଖୁବ ଶିଘ୍ର ବିଜେପି ତାହାର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯାଉଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଣ୍ଟ୍ରାଲ ଇଲେକସନ କମିଟ ବା ସିଇସି ବୈଠକ ବସି ପ୍ରାର୍ଥୀ ତାଲିକା ଚୁଡାନ୍ତ କରାଯାଇଛି। ତେବେ ଏହି ବୈଠକରେ ଓଡିଶା ଆସନ ବିଷୟରେ କୌଣସି ଆଲୋଚନା ହୋଇ ନ ଥିବାର ଜଣାପଡିଛି।

ଓଡିଶା ପରି ରାଜ୍ୟର ଆସନ ଘୋଷଣା ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ନ ହେବା ମେଣ୍ଟ ପ୍ରସଂଗକୁ ସୂଚେଇ ଦେଉଛି। କାରଣ ଓଡିଶାର ଆସନ ବୁଝାମଣା ଏ ପର୍ଯ୍ୟନ୍ତ ଚୁଡାନ୍ତ ରୂପ ରେଖ ନେଇ ପାରି ନାହିଁ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ବିଜେପିର ଶୀର୍ଷ ନେତୃତ୍ବ ଓଡିଶା ପ୍ରାର୍ଥୀ ଘୋଷଣା କରିପାରୁ ନାହାଁନ୍ତି। ଯଦି ମେଣ୍ଚ ହୋଇ ନ ଥାଆନ୍ତା ତେବେ ଓଡିଶା ପ୍ରାର୍ଥୀ ନିଶ୍ଚିତ ଘୋଷଣା ହୋଇ ଥାଆନ୍ତା।

ବର୍ତ୍ତମାନ ସିଇସି ବୈଠକରେ ସାତୋଟି ରାଜ୍ୟର ଆସନ ଉପରେ ଆଲୋଚନା ହୋଇଛି। ସେଗୁଡିକ ହେଲା ମଧ୍ୟ ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ତେଲେଙ୍ଗାନା ଏବଂ ହିମାଚଳ ପ୍ରଦେଶ ରହିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଉପସ୍ଥିତ ଥିଲେ।

ସେହିପରି ଏହି ବୈଠକରେ ବିଭିନ୍ନ ରାଜ୍ୟ ସଭାପତି ତଥା ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Share This Article