ଆଜି ଘୋଷଣା ହୋଇଥିଲା ୨୦୧୯ ନିର୍ବାଚନ ପାଇଁ ତାରିଖ, ୨୦୨୪ ପାଇଁ କେବେ ?

Odisha Hot News
1 Min Read

ଭୁବନେଶ୍ବର: ଠିକ ଆଜକୁ ପାଞ୍ଚବର୍ଷ ତଳେ ଘୋଷଣା ହୋଇଥିଲା ୨୦୧୯ର ସାଧାରଣ ନିର୍ବାଚନ ତାରିଖ। ଏଥିର ଓଡିଶାର ବିଧାନସଭା ନିର୍ବାଚନ ମଧ୍ୟ ଘୋଷଣା ହୋଇଥିଲା। ସେତେବେଳେ ଓଡିଶାର ଚାରିଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯାଇଥିଲା।

ସେହି ଘୋଷଣା ଅନୁଯାୟୀ ଓଡିଶାରେ ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏପ୍ରିଲ ୧୧ରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା।ମେ ୨୩ ତାରିଖରେ ସାରା ଦେଶରେ ଗୋଟିଏ ଦିନରେ ଭୋଟ ଗଣତି ହୋଇଥିଲା।

ତେବେ ୨୦୨୪ ନିର୍ବାଚନ ପାଇଁ ଆଉ ଚାରିଦିନ ପରେ ଘୋଷଣା ହେବ ବୋଲି ଜଣାପଡିଛି।

Share This Article