ମୁଖ୍ୟମନ୍ତ୍ରୀ କହିଲେ ଗୁଜବ ଓ ମିଛକଥା, ମେଣ୍ଟକୁ ନେଇ ଏହା କଣ ତାଙ୍କ ପ୍ରତିକ୍ରିୟା ? Video

Odisha Hot News
2 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓରେ ଯାହା କହିଛନ୍ତି ତାହାକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା। କାରଣ କିଛି ଦିନ ଧରି ରାଜ୍ୟ ରାଜନୀତିରେ ମେଣ୍ଟକୁ ସାରା ଓଡିଶା ପଡୁଛି ଉଠୁଛି। ଏହି ସମୟରେ ହଠାତ ମୁଖ୍ୟମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଛୋଟ ସାକ୍ଷାତକାରଟିଏ ନେଇଛନ୍ତି। ସେଥିରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ସାରେ’ ରାଜନୀତିରେ ସବୁଠାରୁ ଖରାପ କଥା କଣ ? ଏହାର ଉତ୍ତରରେ ନବୀନ କହିଛନ୍ତି ଯେ, “ଗୁଜବ ଏବଂ ମିଛ କଥା’। ଏହାପରେ ପଣ୍ଡିଆନ ହସି ହସି ଥାଙ୍କୁ ୟୁ ସାରେ ବୋଲି କହିଛନ୍ତି।

 

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି କହିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ଉଠିଛି। ମୁଖ୍ୟମନ୍ତ୍ରୀ କଣ ମେଣ୍ଟ ପ୍ରସଂଗରେ ଏହା ଗୁଜବ ବୋଲି ଇଙ୍ଗିତ କଲେକି ? ଦୀର୍ଘ ଦିନ ଧରି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା କଣ ମିଛ କଥା ବୋଲି ନବୀନ କହିଲେ କି ? ଏହାକୁ ନେଇ ଶତାଧିକ ପ୍ରଶ୍ନ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ପରେ ପ୍ରଶ୍ନ ଉଠିଛି କଣ ସତରେ ମେଣ୍ଟ ହେବ ନାହିଁ କି ? ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପରିସ୍ଥିତିରେ ହଠାତ ରାଜନୀତିରେ ଗୁଜବ ଓ ମିଛକଥା ଖରାପ ବୋଲି କହିବାର କଣ ଆବଶ୍ୟକ ପଡିଲା। ତେବେ କଣ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏପରି କହିଲେ କି ବୋଲି ଆଲୋଚନା ହେଉଛି।

ଅନ୍ୟପକ୍ଷରେ ପୁଣି ଏକ ପ୍ରଶ୍ନ ଉଠିଛି ଯେ, ଯଦି ମେଣ୍ଟ କଥା ଗୁଜବ ଓ ମିଛକଥା, ତେବେ ମୁଖ୍ୟମନ୍ତ୍ରୀ ସିଧା କହିବାକୁ କାହିଁକି ଇଚ୍ଛା ପ୍ରକାଶ କଲେ ନାହିଁ। ଯଦି ବିଜେଡି ସୁପ୍ରିମୋ ସିଧା କହି ଥାଆନ୍ତେ ଯେ, ମେଣ୍ଟ ପ୍ରସଂଗ ଏକ ଗୁଜବ ଓ ମିଛ କଥା ତାହା ହେଲେ ଆଉ ଏ ସଂପର୍କରେ କୌଣସି ଚର୍ଚ୍ଚା ହେବାର ଆବଶ୍ୟକତା ନାହିଁ। ହେଲେ ସେ ସିଧା ମେଣ୍ଟ ପ୍ରସଂଗ ନ କହିଥିବାରୁ ଏଥିରେ କିଛି ସମ୍ଭାବନା ଅଛି ବୋଲି ସାଧାରଣରେ ଅନୁମାନ କରାଯାଉଛି।

Share This Article