ତରବରିଆ ଭାବେ ବିଏମସି କମିଶନର ଦାୟିତ୍ବ ଗ୍ରହଣ କଲେ ରାଜେଶ ପ୍ରଭାକର ପାଟିଲ

Odisha Hot News
1 Min Read

ଭୁବନେଶ୍ବର: ବିଏମସି କମିଶନର ଭାବେ ଅତିରିକ୍ତ ଦାୟିତ୍ବ ନେବା ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଦାୟିତ୍ବ ନେଇଛନ୍ତି ରାଜେଶ ପ୍ରଭାକର ପାଟିଲ। ସେ ଆଜି ଅପରାହ୍ନରେ ବିଏମସି ଅଫିସରେ ପ୍ରବେଶ କରି କମିଶରଙ୍କ ଚଉକିରେ ବସିଥିଲେ। କର୍ମଚାରୀମାନେ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ।

ବିଏମସି କମିସନର ବିଜୟ ଅମୃତ କୁଳାଙ୍ଗେ ଗତକାଲି କରର୍ପୋରେଟ ଏବଂ ମେୟରଙ୍କ ବୈଠକ ଭତ୍ତା ବୃଦ୍ଧି କରି ବିବାଦୀୟ ହୋଇପଡିଥିଲେ। ସକାଳେ ସେ ଏ ସଂପର୍କରେ ଘୋଷଣା କରିବା ପରେ ସଂଧ୍ୟାରେ ତାହାକୁ ପ୍ରତ୍ୟାହାର କରିଥିଲେ।

ଏହାପରେ ସେ ଏକ ମାସ ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଆଜି ତାଙ୍କର ଛୁଟି ମଂଜୁରୀ ହେବା ସହିତ ନୂଆ ଅତିରିକ୍ତ କମିଶନରଙ୍କୁ ତୁରନ୍ତ ଦାୟିତ୍ବ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Share This Article