‘ସିକନ୍ଦର ଆଲମ ଫାଉଣ୍ଡେସନ’ ତରଫରୁ ଭୁବନେଶ୍ଵରରେ “ଶାମ-ଏ-ଗଜଲ” କାର୍ଯ୍ୟକ୍ରମ: ଯୋଗଦେଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ

Odisha Hot News
1 Min Read

ଭୁବନେଶ୍ଵର: ଫେବୃୟାରୀ ୨୧ ତାରିଖ ବୁଧବାର ସନ୍ଧ୍ୟାରେ ଭୁବନେଶ୍ଵରର କଟକ ରୋଡ ସ୍ଥିତ କୃପାଳୁ କୁଞ୍ଜ ଅଡିଟୋରିୟମରେ ସିକନ୍ଦର ଆଲମ ଫାଉଣ୍ଡେସନ ତରଫରୁ ଓଡିଶା ଉର୍ଦ୍ଦୁ ଏକାଡେମିର ସହଯୋଗରେ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଶାମ-ଏ-ଗଜଲ” ଅନୁଷ୍ଠିତ ହେଇଯାଇଛି। ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଓଲିଉଡ ଜଗତର ଜଣାଶୁଣା ପ୍ରଚ୍ଛଦପଟ ଗାୟକ ଦେବାଶିଷ ମହାପାତ୍ର, ଓଲିଉଡର ପ୍ରସିଦ୍ଧ ତଥା ଜଣା ଶୁଣା ଅଭିନେତ୍ରୀ ଉଷଶୀ ମିଶ୍ର ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ଜେନେରାଲ କାଉନସିଲ ସଦସ୍ୟ ସୟେଦ ମୁଜ୍ଜିବୁର ରେହମାନ ମୈକାଶ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ପରେ ପରେ ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଯଥା ଡଃ. ନାଜିଆ ଆଲମ୍, ଦେବାଶିଷ ମହାପାତ୍ର, ବିଶ୍ଵରଞ୍ଜନ ମହାନ୍ତି, ସ୍ଵପ୍ନାପ୍ରିୟା, ରଶ୍ମିତା, କୁମାର ଦେବାନନ୍ଦ, ଶିବ ପଟ୍ଟନାୟକ, ୟଶ ମହାନ୍ତି ଆଦି ବହୁ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ସୁନ୍ଦର ସୁନ୍ଦର ହିନ୍ଦୀ ଗଜଲ ସବୁକୁ ଅତି ଚମତ୍କାର ଭାବେ ପରିବେଷଣ କରି ଶ୍ରୋତାମାନଙ୍କୁ ଝୁମେଇଥିଲେ। ଏବଂ ଶେଷରେ ଓଡିଆ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଅଭିନେତ୍ରୀ ସୋଫିଆ ଆଲମ କଣ୍ଠ ଶିଳ୍ପୀ ମାନଙ୍କୁ ସୁନ୍ଦର ପରିବେଷଣ ପାଇଁ ଅଭିନନ୍ଦନ ଜଣାଇଥିଲେ।

Share This Article