ଓଡିଶା ମତ୍ସ୍ୟ-ପ୍ରାଣୀ ସମାବେଶରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଆଲୋଚନା

Odisha Hot News
1 Min Read

ଭୁବନେଶ୍ୱର: କୃଷି କେବଳ ଫସଲ ଚାଷ ମଧ୍ୟରେ ସୀମିତ ନୁହେଁ, ପ୍ରାଣିପାଳନ ଏହାର ଅଂଶବିଶେଷ। ଫସଲ ଚାଷ ଏବଂ ପ୍ରାଣୀପାଳନ ଉଭୟ ପରସ୍ପରର ପରିପୂରକ ଏବଂ ଗୋଟିକର ବିନା ଅନ୍ୟଟିର ନିରନ୍ତର ଅଭିବୃଦ୍ଧି ସମ୍ଭବ ନୁହେଁ।

ପ୍ରାଣୀପାଳନ ମଧ୍ୟରେ ଗୋପାଳନ ଓ ଦୁଗ୍ଧଚାଷ ଓଡ଼ିଶାର କୃଷି ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦିନକୁ ଦିନ ରାଜ୍ୟରେ ପ୍ରକ୍ରିୟାକୃତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ବଢ଼ିବା ଦୃଷ୍ଟିରୁ ଏହି କ୍ଷେତ୍ରରେ ଅଧିକ ଉଦ୍ୟୋଗ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି।

ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ କୃଷକଙ୍କ ଆୟବୃଦ୍ଧି ଉଦ୍ଦେଶ୍ୟରେ ଡାଏରି କ୍ଷେତ୍ର ଉପରେ ଏକ ବୈଷୟିକ ଅଧିବେଶନ ଆଜି ଆୟୋଜିତ ହୋଇଥିଲା।

ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ସଚିବ ଡ. ୟେଦୁଲ୍ଲା ବିଜୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ଏନ୍‌ଡିଡିବିର ମାର୍କେଟିଂ ହେଡ୍‌ ଶ୍ରୀ ସ୍ୱପ୍ନନ୍‌ ସିହ୍ନା, ଆନ୍ଧ୍ରପ୍ରଦେଶ ବିଶାଖା ଡାଏରୀର ଡ. ଉମାଶଙ୍କର ମହାପାତ୍ର, ଉତ୍ତରାଖଣ୍ଡ ୟୁଏଲ୍‌ଡିବିର ଡ. ମମତା ଆର୍ଯ୍ୟ, ଝାରସୁଗୁଡ଼ାର କ୍ଷୀରଗଙ୍ଗା ଡାଏରୀର ଉଦ୍ୟୋଗୀ ମାନସ ରଞ୍ଜନ ଉପାଧ୍ୟାୟ ପ୍ରମୁଖ ଡାଏରୀର ବିକାଶ, ମୂଲ୍ୟଯୁକ୍ତ ଏବଂ ଦୁଗ୍ଧଜାତ ଦ୍ରବ୍ୟର ବଜାର ସହ ଜଡ଼ିତ ବିଭିନ୍ନ ବୈଷୟିକ ଓ ବ୍ୟବସାୟିକ ଦିଗ ଉପରେ ଆଲୋଚନା କରି ଦୁଗ୍ଧ ଉତ୍ପାଦନରେ ବିପ୍ଳବ ଆଣିବା ଉପରେ ଆଲୋଚନା କରିଥିଲେ।

ସାମୁଏଲ୍‌ର ଜେନେରାଲ୍‌ ମ୍ୟାନେଜର ଡ. ସରୋଜ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦ ଜଣ ପ୍ରଗତିଶୀଳ ଦୁUଚାଷୀ ଅଂଶଗ୍ରହଣ କରିଥିଲେ।

Share This Article