ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି, ଏଥିରେ କିଛି ଅସୁବିଧା ନାହିଁ, ହେଲେ…

Odisha Hot News
2 Min Read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ଗତକାଲି ସଂସଦର ଅଧିବେସନ ଶେଷ ହେବା ପରେ ଅନୁଭବ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଫଟୋ ମଧ୍ୟ ଉଠାଇଛନ୍ତି।

ଜଣେ ସାଂସଦ ହିସାବରେ ସେ ପ୍ରଧାନମନ୍ତ୍ରୀଙ୍କ ଭେଟିବା କିଛି ଅସୁବିଧା ନାହିଁ। ଅନ୍ୟପକ୍ଷରେ ସଂସଦ ଅଧିବେସନ ଶେଷ ହେଉଥିବାରୁ ପରବର୍ତ୍ତି ସମୟରେ ସେ ନିର୍ବାଚତ ହୋଇ ଆସିବେ କି ନାହିଁ ଜଣା ନାହିଁ। ସେଥିପାଇଁ ସେ ସବୁଦିନ ସାଇତି ରଖିବା ପାଇଁ ଫଟୋଟିଏ ଉଠାଇଛନ୍ତି।

ହେଲେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା କିମ୍ବା ଫଟୋ ଉଠାଇବା ତାଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ହୋଇପାରିବ ନାହିଁ। ସେଥିପାଇଁ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଅନୁଭବଙ୍କୁ  ନିଶ୍ଚିତ ଅନୁମତି ରହିଥିବ। ତେବେ ରାଜନୀତିରେ ଏହି ଭେଟଘାଟ ନିଶ୍ଚିତ ଚର୍ଚ୍ଚାର ପରିସରକୁ ଆସିବ। କାରଣ ବିଜେଡିର ଅନ୍ୟ ସାଂସଦ କେହି ଭେଟି ନ ଥିବା ବେଳେ ଅନୁଭବଙ୍କ ପକ୍ଷରେ ଏହା କାହିଁକି ହେଲା।

ଓଡିଶା ରାଜନୀତିରେ ସମସ୍ତେ ଜାଣନ୍ତି ଯେ, ଅନୁଭବ ବର୍ତ୍ତମାନ ବିଜେଡିରୁ ଏକ ଘରକିଆ ହୋଇ ଅଛନ୍ତି। ଏହି ଷ୍ଟାର ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ ଦଳର ମୁଖିଆ କୁଆଡେ ଅସନ୍ତୁଷ୍ଠ। ତାଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ଡକାଗଲା ନାହିଁ। ଏକଦା ଦଳର ଷ୍ଟାର କ୍ୟାମ୍ପନର ଥିବା ଅନୁଭବଙ୍କୁ ସବୁ ଉପନିର୍ବାଚନରୁ ମଧ୍ୟ ବାଦ ଦିଆଗଲା। ଅନ୍ୟପକ୍ଷରେ ବର୍ଷା ପ୍ରିୟଦର୍ଶନୀଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଚାର କରିବାକୁ ଦଳ ସୁଯୋଗ ଦେଲା।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ନିର୍ବାଚନ ପାଖେଇ ଆସୁଥିବାରୁ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଦଳ ଟିକେଟ ଦେବ କି ? ଏହାର ଉତ୍ତରରେ ସମସ୍ତେ ଅନୁଭବ କରିସାରିଛନ୍ତି ଯେ ତାଙ୍କୁ ଆଉ ଦଳ ଟିକେଟ ଦେବ ନାହିଁ। ସେହିପରି ନିଜେ ଅନୁଭବ ମଧ୍ୟ ଅନୁଭବ କରିସାରିଥିବେ ଯେ, ଦଳ ଆଉ ତାଙ୍କୁ ଟିକେଟ ଦେବ ନାହିଁ। ଏହି ଚର୍ଚ୍ଚା ଭିତରେ ଅନୁଭବଙ୍କ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନିଶ୍ଚିତ ଗୁରୁତ୍ବ ରହିଛି।

ଏହି ଭେଟଘାଟରୁ ଦୁଇଟି ବଡ ପ୍ରଶ୍ନ ଉଭା ହୋଇଛି। ଗୋଟିଏ ହେଲା ଅନୁଭବ କଣ ବିଜେପି ଯିବା ପାଇଁ ମୋଦିଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି କି? ସେ କଟକରୁ ବିଜେପି ଟିକେଟରେ ଛିଡା ହେବା ପାଇଁ ମୋଦିଙ୍କ ପାଖରେ ଲବି କରିଛନ୍ତି କି ? ଏହି ଦୁଇଟି ପ୍ରଶ୍ନ ସାଧାରଣ ଯେପରି ଚର୍ଚ୍ଚା ଚାଲିଛି ବିଜେଡି ଶିବିରରେ ମଧ୍ୟ ଆଲୋଚ୍ୟର ବିଷୟ ହୋଇଛି। ହେଲେ ଏ ନେଇ ନା ଅନୁଭବ କିଛି କହିଛନ୍ତି ନା ବିଜେଡି କିଛି ଟିପ୍ପଣି ଦେଇଛି।

Share This Article