ଶେଷରେ ହାତ ଧରିଲେ ଅଭିନେତା ମନୋଜ ମିଶ୍ର, କଂଗ୍ରେସରେ ହେଲେ ସାମିଲ

Odisha Hot News
1 Min Read

ଭୁବନେଶ୍ବର: ଅଭିନେତା ମନୋଜ ମିଶ୍ର ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ନିକଟରେ ବିବାଦୀୟ ହୋଇପଡିଥିବା ମନୋଜ ଶେଷରେ ରାଜନୀତିରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଏବଂ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

କିଛିଦିନ ତଳେ ତାଙ୍କର ଅଭିନିତ ଚଳଚିତ୍ରକୁ ନେଇ ପଶ୍ଚିମ ଓଡିଶା ଉପକୂଳ ଓଡିଶା ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲା। ଏହି ସମୟରେ ତାଙ୍କୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେତେବେଳେ ଅନୁମାନ କରାଯାଉଥିଲା ଯେ ମନୋଜ କଂଗ୍ରେସରେ ସାମିଲ ହେବେ।

ତେବେ କଂଗ୍ରେସରେ ସାମିଲ ହେବା ପରେ ମନୋଜ କହିଛନ୍ତି ଯେ, ରାଜନୀତିରେ ପାଦ ଦେବି ବୋଲି କୌଣସି ଯୋଜନା ନ ଥିଲା। ଆଜି ସକାଳେ ଦଳରେ ମିଶିବା ପାଇଁ ଫୋନ ଆସିଲା। ଆଉ ମିଶିଗଲି। କଂଗ୍ରେସ ନୀତି ଆଦର୍ଶକୁ ମୁଁ ଭଲ ପାଏ।

ଏହି ଦଳରେ ରହି ଲୋକଙ୍କ ସେବା କରିବାର ସୁଯୋଗ ମିଳିବ। ବିଶେଷ କରି ପଶ୍ଚିମ ଓଡିଶା ଲୋକଙ୍କ ପାଇଁ ମୁଁ ସ୍ବର ଉତ୍ତୋଳନ କରିବି ବୋଲି ମନୋଜ କହିଛନ୍ତି।

Share This Article