ଏସଟିଏଫ କୁ ବଡ଼ ସଫଳତା: ଜବତ କଲା ୩୦୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ, ଜଣେ ଗିରଫ

Odisha Hot News
1 Min Read

ଭୁବନେଶ୍ୱର: ଏସଟିଏଫ କୁ ବଡ଼ ସଫଳତା ମିଳିଛି। ୩୦୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଭୁବନେଶ୍ୱର ଏସଟିଏଫ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଖଜୁରିଆପଡା ଥାନା ଅନ୍ତର୍ଗତ ଗଡିଆପଡା ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା ଭୁବେନେଶ୍ୱର ଏସଟିଏଫ। କନ୍ଧମାଳ ପୋଲିସର ସହାୟତାରେ ଗତକାଲି ଉକ୍ତ ସ୍ଥାନରେ ଚଢ଼ାଉ କରି ୩୦୩ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ଅନୁରୂପ ଭାବେ କନ୍ଧମାଳ ଜିଲ୍ଲା ସିରକାକୁଟି ଥାନା ଅଞ୍ଚଳର ଅଭିଯୁକ୍ତ କିଶୋର ଚନ୍ଦ୍ର ମଲ୍ଲିକ (୫୮) ଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ ଏନଡ଼ିପିଏସ ଅଧିନୀୟମ ଅନୁଯାୟୀ କେସ ନମ୍ବର ୪/୨୪ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Share This Article