‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ପ୍ରଦୁମ୍ନ ଶତପଥୀଙ୍କୁ ସମ୍ବର୍ଦ୍ଧନା

Odisha Hot News
1 Min Read

ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ରାଜଧାନୀରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଏହାକୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ଏହି ଅବସରରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ ଉତ୍ସବରେ ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ବାଗ୍ନୀ ପ୍ରଦୁମ୍ନ ଶତପଥୀଙ୍କୁ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଓଡ଼ିଆ ଭାଷାର ଉନ୍ନତି ପାଇଁ ଦାବି କରି ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଦୀର୍ଘ 878 ଦିନ ଧରି କଳା ପତାକା ପଟୁଆର ଅନୁଷ୍ଠିତ ହୋଇଥିଲା।

ସମ୍ବର୍ଦ୍ଧନା ଉତ୍ସବରେ ସଂସ୍କୃତି ଓ ସଂସ୍କୃତି ର ସଭାପତି ପ୍ରଦୋଷ ପଟ୍ଟନାୟକ , ସମ୍ପଦକ ଦିଲ୍ଲୀପ ହାଲି, ମହାବୋଧି ସୋସାଇଟି ର ସମ୍ପାଦକ ଡ଼ ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାର ଙ୍କ ପ୍ରୟାସ କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଶ୍ରୀ ଶତପଥୀଙ୍କୁ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧତ କରିଥିଲେ।

ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀ ଶତପଥୀ ସଂସ୍କୃତି ଓ ସଂସ୍କୃତି କୁ ଧନ୍ୟବାଦ ଜଣାଇ ଓଡ଼ିଆ ଭାଷାର ସମୃଦ୍ଧି କାମନା କରିଥିଲେ। ପ୍ରଯୋଜକ ଲୁଟୁ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର ବିଶ୍ୱାଳ ଓ ମଣ୍ଟୁ ମହଲା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share This Article