ଏବେ ଆଇଆଇଏମସି ପାଇଲା ବିଶ୍ବବିଦ୍ୟାଳୟ ମାନ୍ୟତା, ସାମ୍ବାଦିକତାରେ ମିଳିପାରିବ ଡିଗ୍ରୀ ଓ ଡକ୍ଟରେଟ ଡିଗ୍ରୀ

Odisha Hot News
1 Min Read

ନୂଆଦିଲ୍ଲୀ: ଭାରତୀୟ ଜନସଂଞ୍ଚାର କେନ୍ଦ୍ର ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନିକେସନ ଏବେ ବିଶ୍ବବିଦ୍ୟାଳୟ ମାନ୍ୟତା ଘୋଷଣା କରାଯାଇଛି। ଏହି ଅନୁଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ଏକ ଭିନ୍ନ ବର୍ଗର ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛି। ଫଳରେ ଏହି ସଂସ୍ଥା ତାହାର ପୂର୍ବ ପାଠ୍ୟକ୍ରମ ସହିତ ଡିଗ୍ରୀ ଏବଂ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିପାରିବ।

ଆଇଏମସି ନୂଆଦିଲ୍ଲୀ ସହିତ ଏହାର ପାଞ୍ଚଟି ଆଞ୍ଚଳିକ କ୍ୟାମ୍ପସରେ ଜାମ୍ମୁ (ଜାମ୍ମୁ କାଶ୍ମୀର), ଅମରାବତୀ (ମହାରାଷ୍ଟ୍ର), ଆଇଜଲ (ମିଜୋରାମ), କୋଟାୟାମ (କେରଳ) ଏବଂ ଢେଙ୍କାନାଳ (ଓଡିଶା) କୁ ମଧ୍ୟ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧିନରେ ୧୭ ଅଗଷ୍ଟ ୧୯୬୫ ରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ଏହା ସାମ୍ବାଦିକତା କ୍ଷେତ୍ରରେ ଗୁଣାତ୍ମକ ତାଲିମ ପ୍ରଦାନ ପାଇଁ ଏକ ଜଣାଶୁଣା ଅନୁଷ୍ଠାନ। ଆଇଆଇଏମସି ଭାରତୀୟ ସୂଚନା ସେବାର ଅଧିକାରୀମାନଙ୍କ ପାଇଁ ତାଲିମ ଏକାଡେମୀ ଭାବରେ ମଧ୍ୟ କାର୍ଯ୍ୟ କରୁଛି।

Share This Article