ଲୁହା କଟୁରୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତକୁ ଗିରଫ କଲା ପୁରୀ ଟାଉ ପୋଲିସ

Odisha Hot News
1 Min Read

ପୁରୀ: ପୁରୀ ଟାଉନ ଥାନା ଅଞ୍ଚଳରେ ଶୁଭମ ପରିଡ଼ା ନାମକ ବ୍ୟକ୍ତିଙ୍କୁ ଅମିତ ଦାସ (୨୩) ଓରଫ ଷଣ୍ଢ ଲୁହା କଟୁରୀରେ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଶୁଭମଙ୍କୁ ଷଣ୍ଢ ଆକ୍ରମଣ କରିଥିଲେ। ଆହତ ଶୁଭମ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଟାଉନ ଥାନାରେ ଏ ନେଇ ଶୁଭମଙ୍କ ଭଉଣୀ ଲିଖିତ ଅଭିଯୋଗ କରିଥିଲେ।

ତେବେ ଘଟଣାକୁ ଗୁରୁତର ସହ ନେଇ ଟାଉନ ଥାନା ପୋଲିସ ଅଭିଯୁକ୍ତ ଅମିତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ଲୁହା କଟୁରୀ ମଧ୍ୟ ଜବତ କରିଛି ପୋଲିସ। ଏ ନେଇ ପୁରୀ ଟାଉନ ଥାନାଧିକାରୀ ସୁନୀଲ ପ୍ରଧାନ ସୂଚନା ଦେଇଛନ୍ତି।

Share This Article