ପ୍ରବଳ ଶୀତ ହେବା ନେଇ ଜାରୀ ହେଲା ଚେତାବନୀ, ପାଞ୍ଚୋଟି ଜିଲ୍ଲାକୁ ସତର୍କ

Odisha Hot News
1 Min Read

ଭୁବନେଶ୍ବର: ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜାରି ହେଲା ଶୀତଲହରୀ ଚେତାବନୀ। ଏହି ଚେତାବନୀ ଜାରୀ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି।

ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶା ର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି ଏହି ସବୁ ଅଞ୍ଚଳରେ ଆଜି ମଧ୍ୟ ରାତ୍ରି ରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି।

ଆଗାମୀ ୩ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ  ପରବର୍ତୀ ସମୟରେ ଏଥିରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାରେ ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

Share This Article