ନରେନ୍ଦ୍ର କୁମାରଙ୍କ କଣ୍ଠରେ ରିଲିଜ୍ ହେଲା କାଳିଆର ଭଜନ

Odisha Hot News
1 Min Read

ଭୁବନେଶ୍ଵର: କହ୍ନେଇଲାଲ ପ୍ରଡକ୍ସନ ଦ୍ବାରା ସୁନାମଧନ୍ୟ ଗାୟକ ନରେନ୍ଦ୍ର କୁମାର ଙ୍କ କଣ୍ଠ ରୁ କହ୍ନେଇଲାଲ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଏକ ସୁନ୍ଦର ଜଗନ୍ନାଥ ଭଜନ “ତୁମେ ଜଗନ୍ନାଥ” ର ଭିଡିଓ ରିଲିଜ୍ ହୋଇଯାଇଛି। ଏହି ଭିଡିଓ ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ, ପ୍ରଣୟ ଜେଠି, ବୁଲନ୍ ଭାଇ, ନିର୍ଦ୍ଦେଶକ ବାବୁ ବାବୁ ସମେତ ଗୀତ ଟିର ଅଭିନୟ କରିଥିବା ନାୟକ କହ୍ନେଇଲାଲ, ନିର୍ଦ୍ଦେଶକ ସୌମ୍ୟ ଓ ଅନ୍ୟାନ୍ୟ କଳାକାର ମାନେ ଉପସ୍ଥିତ ଥିଲେ।

ସେହିପରି ଗୀତ ଟି ଶ୍ରୀକ୍ଷେତ୍ର ଧାମ ପୁରୀ ରେ ସୁଟିଂ କରାଯାଇଅଛି। କହ୍ନେଇଲାଲଙ୍କ ସୁନ୍ଦର ଅଭିନୟ ଜଗନ୍ନାଥ ପ୍ରେମୀମାନଙ୍କ ହୃଦୟକୁ ବେସ୍ ଛୁଇଁବ ବୋଲି ଅତିଥି ମାନେ ପରିପ୍ରକାଶ କରିଛନ୍ତି। ତା ସହ ଆଗାମୀ ଦିନରେ ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ଏହି କହ୍ନେଇଲାଲ ପ୍ରଡକ୍ସନ ରେ ଦୁଇଟି ଗୀତ ଆସିବ ବୋଲି କୁହାଯାଇଅଛି। ଏଣୁ ଦିନକୁ ଦିନ ଭଜନର ଚାହିଦା କମୁଛି ହେଲେ ୟୁଟ୍ୟୁବରେ ଏହାର ଚାହିଦା ଏବେ ବେସ୍ ବଢିବାରେ ଲାଗିଛି। ସେଥିପାଇଁ କହ୍ନେଇଲାଲ ପ୍ରଡକ୍ସନ କେବଳ ଭଜନ ଏହି ଚ୍ୟାନେଲ ରେ ରିଲିଜ୍ କରିବେ ବୋଲି ମତପ୍ରକାଶ କରିଛନ୍ତି।

Share This Article