Breaking News: ବଦଳିଲେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ ବଦଳି କରାଯାଇଛି। ତାଙ୍କୁ କେନ୍ଦ୍ରୀୟ ଆରଡିସି କରାଯାଇଛି। ନିକଟରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରି ଦେଖାଇଥିଲେ। ହେଲେ ହଠାତ ତାଙ୍କୁ ବଦଳି କରିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ତେବେ ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ପଦବୀକୁ ରାଜ୍ୟର ଅତିରିକ୍ତ ସଚିବ ପ୍ୟାହାର ଯାହା ଦାୟିତ୍ବ ତାହା ଏହି ପଦବୀକୁ ପ୍ରଦାନ କରାଯାଇଛି। ଫଳରେ ସେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ନିଷ୍ପତି ନେଇପାରିବେ।

ସେହିପରି ପୁରୀ ଜିଲ୍ଲାପାଳ ଭାବେ ବିଜୟ କୁମାର ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Share This Article