ପାଖେଇଲା ପରିକ୍ରମା ପ୍ରକଳ୍ପ ଉଦଘାଟନ, ଆଜି ବଡି ଭୋରରୁ ପୁରୀରେ କାର୍ଯ୍ୟ ତଦାରଖ କଲେ ପାଣ୍ଡିଆନ

Odisha Hot News
1 Min Read

ପୁରୀ: ଆଜି ସକାଳେ ଅଧ୍ୟକ୍ଷ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀ ମାର୍ଗ, ଶ୍ରୀ ଜଗନ୍ନାଥ ବିହାର, ଶ୍ରୀ ସେତୁ, ସାମଙ୍ଗା ପାର୍କିଂ ଏବଂ ତୀର୍ଥଯାତ୍ରୀମାନଙ୍କ ପାଇଁ ନିର୍ମାଣ ହେଉଥିବା ସୁବିଧା ପରିଦର୍ଶନ କରିଛନ୍ତି।

ପ୍ରଥମେ ସେ ବଡି ଭୋରରୁ ମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ। ଆଉ ତିନିଦନ ପରେ ଏହି ପ୍ରକଳ୍ପର ଶୁଭାରମ୍ଭ ହେବ। ସେଥିପାଇଁ ପ୍ରସ୍ତୁତି ଶେଷ କରିବା ସହିତ ନିର୍ମାଣ ସ୍ଥଳ ସଫା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେଠାରେ ହେବାକୁ ଥିବା ପ୍ରଦର୍ଶିନ ସଂପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ, ଏସପି, ଓବିସିସି ଏମଡି ଏବଂ ଜିଲ୍ଲା ପ୍ରଶାସନ ଏବଂ ଏଜେନ୍ସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share This Article