ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ବାନ୍ଧିଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଦୁଇ ଲକ୍ଷ ଟଙ୍କାର ଧଳା ଜହର ଜବତ

Odisha Hot News
1 Min Read

ଖୋର୍ଦ୍ଧା: ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ବାନ୍ଧିଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ। ଜବତ କଲା ଦୁଇ ଲକ୍ଷ ଟଙ୍କାର ଧଳା ଜହର। ଖବର ମୁତାବକ ଟାଉନ ଥାନା ଅନ୍ତର୍ଗତ ବୁଢ଼ୀବଗିଚା ଗ୍ରାମର ଏକ ପରିତ୍ୟକ୍ତ ଘରେ ବ୍ରାଉନ ସୁଗାର କାରବାର ହେଉଥିବାର ଖବର ପାଇଥିଲା ପୋଲିସ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡିପିଓଙ୍କ ତତ୍ୱାବଧାନରେ ଆଇଆଇସି ସଞ୍ଜୟ ନାୟକଙ୍କ ନେତୃତ୍ୱରେ ଏକ ଟିମ ସଙ୍ଗେସଙ୍ଗେ ଗଠନ କରାଯାଇ ଉକ୍ତ ଘରେ ଚଢ଼ାଉ କରାଯାଇଥିଲା।

ସେହି ସମୟରେ ଟାଉନ ଥାନା ଅଞ୍ଚଳର ଦୁଇ ଅଭିଯୁକ୍ତ ପ୍ରଶାନ୍ତ ସାହୁ (୨୭) ଏବଂ ସନ୍ତୋଷ ରାଉତରାୟ (୨୪) ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Share This Article