ଛାତ୍ରୀକୁ ଅସାଦାଚରଣ ଅଭିଯୋଗ ଶିକ୍ଷକ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବର୍ତ୍ତମାନ ଶୀତ ଋତୁରେ ପିକନିକ୍ ବା ବଣଭୋଜି କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଏହି ଭଳି ପରିସ୍ଥିତିରେ ଯିଏ ଯାହାର ମଜ୍ଜା ନେବାରେ ବ୍ୟସ୍ତ। ଏହି ଭଳି ପରିସ୍ଥିତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ ଏକ ସଙ୍ଗିନ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଚାଲୁଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ୪୦ ବର୍ଷୀୟ ଶିକ୍ଷକ ଏ ଆପନ୍ନା ରାଓ ନାମକ ଜଣେ ଯୁବକ ଏକ ଶିକ୍ଷାନୁଷ୍ଠାନ ଚଳାଇଥିଲେ।

ସେ ବିଦ୍ୟାର୍ଥୀ ମାନଙ୍କୁ ନେଇ ଏକ ବଣଭୋଜି କାର୍ଯ୍ୟକ୍ରମରେ ଅନ୍ୟ ଏକ ଅଞ୍ଚଳକୁ ଯାଇଥିଲା ବେଳେ ଗୋଟିଏ ନାବାଳିକା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ। ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ତାର ଶରୀରକୁ ସ୍ପର୍ଶ କରି ଶାରୀରିକ ସମ୍ପର୍କ ରଖିବାକୁ ଆପନ୍ନା ବାଧ୍ୟ କରିଥିଲେ।

କିନ୍ତୁ ନାବାଳିକା ଜଣକ ସେଠାରୁ ଫେରିବା ପରେ ପରିବାର ଲୋକଙ୍କୁ ଜଣାଇବା ପରେ ତା’ର ମାଁ ସଦର ଥାନାରେ ଏକ ମାମଲା ରୁଜୁ କରି ଥିଲେ। ଅଭିଯୋଗ ଗ୍ରହଣ କରି ସଦର ଥାନା ପୋଲିସ କେଶ୍ ନଂ୧୧/୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନା ଅଧିକାରୀ ଅନିତା ସାହୁ ପ୍ରକାଶ କରିଛନ୍ତି।

Share This Article