ଆଜି ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ 504 ଜଣଙ୍କୁ ଦେବେ ନିଯୁକ୍ତି

Odisha Hot News
1 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 504 ଜଣଙ୍କୁ ଦେବେ ନିଯୁକ୍ତି। ଓଡିଶା ସରକାରଙ୍କ ଚାଲିଥିବା ନିଯୁକ୍ତି ପର୍ବରେ ଏମାନଙ୍କୁ ପ୍ରଦାନ କରାଯିବ ନିଯୁକ୍ତି ପତ୍ର। ଭୁବନେଶ୍ବରର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ପର୍ବର ଆୟୋଜନ କରାଯାଇଛି।

ଏଥର ଯେଉଁମାନେ ନିଯୁକ୍ତି ହେବେ ସେମାନଙ୍କ ମଧ୍ୟରେ 398 ଜଣ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଇଂଜିନୟର ଅଛନ୍ତି। ଏମାନେ ଓଡିଶା ଡିପ୍ଲୋମା ଇଂଜିନିୟର କ୍ୟାଡରରେ ନିଯୁକ୍ତି ହେବେ। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗରେ 106 ଜଣ ଇଂଜିନିୟର ନିଯୁକ୍ତି ହେବେ। ଏମାନେ ଓଡିଶା ଡିପ୍ଲୋମା ଇଂଜିନିୟରସ ସେବା ଜନସ୍ବାସ୍ଥ୍ୟ କ୍ୟାଡରେ ଯୋଗଦେବେ।

Share This Article