ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନବ ନିଯୁକ୍ତ କାର୍ଯ୍ୟକାରୀ ପୋଲିସ ଡିଜି ଅରୁଣ ଷଡଙ୍ଗୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ପୋଲିସ ଡିଜି ଅରୁଣ ଷଡଙ୍ଗୀ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷ ଅଭିନନ୍ଦନ ଦେବା ସହିତ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ନୂଆ କାର୍ଯ୍ୟକାରୀ ଡିଜିପି ଭାବେ ଗତକାଲି ଅରୁଣ ଷଡଙ୍ଗୀ ଦାୟିତ୍ବ ଗ୍ରହଣ କରିଛନ୍ତି।

ଡିସେମ୍ବର 31 ତାରିଖରେ ଡିଜିପି ସୁନୀଲ ବଂଶଲ ଅବସର ଗ୍ରହଣ କଲେ। ତାଙ୍କ ସ୍ଥାନରେ ଜଣେ ସ୍ଥାୟୀ ଡିଜିପି ଯୋଗ ଦେବା କଥା। ହେଲେ ତାହା ନିର୍ଦ୍ଧାରିତ ହୋଇ ନ ପାରିବାରୁ ଅରୁଣ ଷଡଙ୍ଗୀଙ୍କୁ ନୂଆ ଡିଜିପି ଆସିବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।

Share This Article