ଓଡିଶା ପୋଲିସ ଡିଜି ଭାବେ ଆଜି ଦାୟିତ୍ବ ନେଲେ ଅରୁଣ ଷଡଙ୍ଗୀ

Odisha Hot News
1 Min Read

କଟକ: ଆଜି ଓଡିଶା ପୋଲିସ ଡିଜି ବା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଡଙ୍ଗୀ। ସେ ଆଜି କଟକ ପୋଲିସ ମୁଖ୍ୟାଳୟରେ ସୁନୀଲ ବଂଶଲଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ସମୟରେ ପୋଲିସ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୁନୀଲ ଆଜି ଚାକିରୀରୁ ଅବସର ଗ୍ରହଣ କରିଥିବାରୁ ଅରୁଣ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ଅରୁଣ ଷଡଙ୍ଗୀ ପୋଲିସ ଡିଜି ଭାବରେ ଅତିରିକ୍ତ ଦାୟିତ୍ବରେ ରହିବେ। ନୂଆ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ ବୋଲି ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି। ରାଜ୍ୟ ସରକାର ବରିଷ୍ଠତା ଭିତିରେ ତିନିଜଣଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାହା ନିଷ୍ପତି ହୋଇ ନ ଥିବାରୁ ଅରୁଣଙ୍କୁ ଅସ୍ଥାୟୀ ଭାବେ ପୋଲିସ ଡିଜି ଦାୟିତ୍ବ ପ୍ରଦାନ କରାଯାଇଛି।

Share This Article