Breaking News: ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ନେବେ ଅରୁଣ ଷଡଙ୍ଗୀ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ଯାହା କଳ୍ପନା ପ୍ରକାଶ ପାଇଥିଲା ତାହା ହିଁ ହେଲା। ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ଅରୁଣ ଷଡଙ୍ଗୀ। 1990 ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଡଙ୍ଗୀ ବର୍ତ୍ତମାନ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ସେ ନିୟମିତ ଡିଜି ଯୋଗଦେବା ପର୍ଯ୍ୟନ୍ତ ଏହି ପଦବୀରେ ଅତିରିକ୍ତ ଦାୟିତ୍ବରେ ରହିବେ। ଏ ନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଡିସେମ୍ବର 31 ତାରିଖରେ ପୋଲିସ ଡିଜି ସୁନୀଲ ବଂଶଲଙ୍କର କାର୍ଯ୍ୟକାଳ ଶେଷ ହେଉଛି। ସେଥିପାଇଁ ନୂଆ ଡିଜିପି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି। ବରିଷ୍ଠତା ଭିତ୍ତିରେ ରାଜ୍ୟ ସରକାର ତିନିଜଣଙ୍କ ନାମ କେନ୍ଦ୍ରକୁ ପଠାଇଛନ୍ତି। ହେଲେ ବୈଠକ ହୋଇପାରି ନ ଥିବାରୁ ନୂଆ ଡିଜିପିଙ୍କୁ ଚୟନ କରାଯାଇ ପାରି ନାହିଁ। ସେଥିପାଇଁ ଅରୁଣ ଷଡଙ୍ଗୀଙ୍କୁ ଅସ୍ଥାୟୀ ଡିଜିପି ଭାବେ ନିଯୁକ୍ତ ଦିଆଯାଇଛି।

Share This Article