Breaking News: ହାଇଟେକ ମେଡିକାଲ କଲେଜରେ ବିସ୍ପୋରଣ, ତିନି ଆହାତ

Odisha Hot News
0 Min Read

ଭୁବନେଶ୍ବର: ରାଜଧାନୀର ପାଣ୍ଡରା ଛକରେ ଥିବା ହାଇଟେକ ମେଡିକାଲ କଲେଜରେ ଏକ ବିସ୍ପୋରଣ ହୋଇଛି। ଏହାଦ୍ବାରା କଲେଜର ତିନିଜଣ କର୍ମଚାରୀ ଆହାତ ହୋଇଥିବାର ଜଣାପଡିଛି। ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ସହାୟତା କାର୍ଯ୍ୟ ଆରମ୍ଭ କରିଛନ୍ତି।

ତେବେ ଘଟଣାରୁ ଜଣାପଡିଛି ଯେ, ମେଡିକାଲର ଏକ ଏସିରେ ଗ୍ୟାସ ଭର୍ତ୍ତି କରାଯାଉଥିଲା। ଏହିସମୟରେ ଏସି କଂପ୍ରେସରଟି ବିସ୍ପୋରଣ ହୋଇଯାଇଥିଲା। ଫଳରେ ସେଠାରେ କାମ କରୁଥିବା ତିନି କର୍ମଚାରୀ ଆହତ ହୋଇଛନ୍ତି। ତେବେ ପରିସ୍ଥିତି ସେପରି ଜଟିଳ ହୋଇ ନାହିଁ ବୋଲି ଜଣାପଡିଛି।

Share This Article