ପୋଖରୀରେ ବୁଡି ବୃଦ୍ଧ ମୃତ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନରେ ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମ ପୋଖରୀରେ ଜୈନିକ ବୃଦ୍ଧ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି।

ପ୍ରକାଶ ଯେ, ରେଢ଼ାଖୋଲ ଥାନା ଡଇଁଚା ଗ୍ରାମ କିସାନ ସାହିର ଚିନାମଣୀ କିସାନ ଅପରାହ୍ନ ୨ ଟା ସମୟରେ ଡ଼ଇଁଚା ବଡ ବନ୍ଧ କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇ ଥିଲେ। ସେ କେମିତି ପାଣିରେ ବୁଡି ମୃତ୍ୟୁ ବରଣ କଲେ ପରିବାର ଲୋକେ ଜାଣି ପାରି ନଥିଲେ। ଗ୍ରାମର କୌଣସି ବ୍ୟକ୍ତି ପୋଖରୀକୁ ଯାଇଥିବା ବେଳେ ପାଣିରେ କାହାର ମୃତ ଦେହ ଭାସୁଥିବାର ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମର କିଛି ସ୍ଵେଚ୍ଛାସେବୀ ମୃତ ଦେହକୁ ଉଦ୍ଧାର କରିଥିଲେ।

ଆମ୍ବୁଲାନ୍ସ ଆସି ମୃତ ଦେହକୁ ରେଢ଼ାଖୋଲ ଡାକ୍ତର ଖାନାକୁ ନେଇଯାଇଥିଲା। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି।

Share This Article