ଓଡିଶାର ପୂର୍ବତନ ରାଜ୍ୟପାଳ ଏମ୍‌ ଏମ୍ ରାଜେନ୍ଦ୍ରନଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

Odisha Hot News
1 Min Read

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନଙ୍କ ଆଜି ପରଲୋକ ହୋଇଯାଇଛି। ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ସ୍ୱର୍ଗତଃ ରାଜେନ୍ଦ୍ରନ ଓଡ଼ିଶାର ବିପର୍ଯ୍ୟସ୍ତ ମୁକାବିଲା ପାଇଁ ଦକ୍ଷ ଯୋଜନା ପ୍ରସ୍ତୁତ କରିଥିଲେ ଯାହାର ଲାଭ ଓଡ଼ିଶାବାସୀ ପାଇଛନ୍ତି।

ସ୍ୱର୍ଗତଃ ରାଜେନ୍ଦ୍ରନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ରାଜେନ୍ଦ୍ରନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

Share This Article